ମାଁ ଖମେଶ୍ୱରୀ ଫୁଟବଳ ଟୁର୍ଣ୍ଣାମେଣ୍ଟ-ବଙ୍ଗୋମୁଣ୍ଡା ବିଜୟୀ

ବଙ୍ଗୋମୁଣ୍ଡା,(ହଲଚଲ୍ ନ୍ୟୁଜ୍)-ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରାମ ରେ ମାଁ ଖମେଶ୍ୱରୀ ଫୁଟବଳ ଟୂର୍ଣ୍ଣମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚୁଲିଫୁଙ୍କା ପଂଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ ଯୋଗ ଦେଇଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ର ଏହି ଖେଳ ବଙ୍ଗୋମୁଣ୍ଡା ଓ ମନିଗାଁ ଦଳ ମଧ୍ୟରେ ଖେଳ ହୋଇଥିବା ବେଲେ ଏଥିରେ ନିର୍ଦ୍ଧାରିତ ସମୟ ରେ କେହି କାହାରିକୁ ଗୋଲ ଦେଇ ପାରିନଥିବା ରୁ ଟ୍ରାଇବ୍ରେକର ର ସହାୟତା ନିଆଯାଇଥିଲା । ।ଏଥିରେ ବଙ୍ଗୋମୁଣ୍ଡା ଦଳ ମନିଗାଁ ଦଳ କୁ ୨-୧ ଗୋଲ ରେ ପରାସ୍ତ କରି ବିଜୟୀ ହୋଇଥିଲା । ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଲେ ଫିରୋଜ ଓ ପୁଡକା ଲାଇନ ରେ ସହ ଯୋଗ କରିଥିଲେ । ଏଥିରେ ମାଁ ଖମେଶ୍ୱରୀ ଫୁଟବଳ ଟୁର୍ଣ୍ଣାମେଣ୍ଟ ର ସମସ୍ତ ସଦସ୍ୟ ମାନେ ସହ ଯୋଗ କରିଥିଲେ