ବଙ୍ଗୋମୁଣ୍ଡା କନିଷ୍ଠ ମହାବିଦ୍ୟାଳୟ ରେ ଜାତୀୟ ଯୁବ ଦିବସ ପାଳିତ

ରାଷ୍ଟ୍ର ଗଠନ ରେ ଯୁବ ସମାଜ ର ଭୂମିକା ଅପରିହାର୍ଯ୍ୟ
ବଙ୍ଗୋମୁଣ୍ଡା,୧୨/୧(ହଲଚଲ୍ ନ୍ୟୁଜ୍)-ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କନିଷ୍ଠ ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ମୀନତି ରଥ ଙ୍କ ସଭାପତିତ୍ୱରେ ଯୁବ ରେଡକ୍ରସ ତରଫରୁ ଜାତୀୟ ଯୁବ ଦିବସ ପାଳନ କରାଯାଇଅଛି ।ଏଥିରେ ମୁଖ୍ୟ ବକ୍ତା ଭାବେ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଡଃ ସଞ୍ଜୟ ମିଶ୍ର,ଡିଗ୍ରୀ କଲେଜ ର ଅଧ୍ୟକ୍ଷ ଡଃ ଶୁଭେନ୍ଦୁ ମେହେର,ଅଧ୍ୟାପିକା ବବିତା ଦାଶ,ଅଧ୍ୟାପକ ନିଲେଶ କୁମାର ପାରେଖ ପ୍ରମୁଖ ଯୋଗଦେଇଥିଲେ । ଅବକ୍ଷୟ ମୁଖୀ ସମାଜ କୁ ଯୁବକ ମାନେ ପରିବର୍ତ୍ତିତ ପରିବେଶ ରେ କିପରି ନୂତନ ଚେତନାର ବାତ୍ତା ପ୍ରଦାନ କରିବା ସହ ସମାଜ ଗଠନ ଦିଗରେ ଯୁବକ ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ଉପରେ ଆଲୋକପାତ କରିଥିଲେ ।ଯୁବ ସମାଜ ର ବିପଥଗାମୀ ମାନବ ସମାଜ ଓ ସଭ୍ୟତା ପ୍ରତି ଅଶୁଭଙ୍କର ବୋଲି ମତବ୍ୟକ୍ତ କରିବା ସହ ଯୁବ ସମାଜ ରଷ୍ଟ୍ର ଗଠନ ରେ ସମର୍ପିତ ମନୋଭାବ ପ୍ରକାଶ କରିବା ଉଚିତ ବୋଲି ଅତିଥି ମାନେ ମତ ଦେଇଥିଲେ ।ଯୁବରେଡକ୍ରସ ର କାଉନସେଲର ରଶ୍ମିରଞ୍ଜନ ସ୍ୱାଇଁ ସଭା ସଂଯୋଜନା କରିଥିଲେ ।ଏହି ସଭାରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଏବଂ ରେଡକ୍ରସ ର ସ୍ୱେଚ୍ଛାସେବୀ ଉପସ୍ଥିତ ରହିଥିଲେ ।