ପ୍ରେମର୍ ବନ୍ଧନ୍ **ଡିସମ୍ୱର ମେହେର

ପ୍ରେମର୍ ବନ୍ଧନ୍
********************
ସମିଆଁ ନଏଦ୍ ଥିଁ ଚାଲିଛେ ଜୀବନ୍ ଡଂଗା ।କେବେ କାହାର ସନେ ଭେଟ୍ କରସି ,କାହାର ସନେ ମନ୍ କେ ଜୁରି ଦେସି ସେଟା ଦଇବ୍ ଏକା ଜାନିଛେ ।ମନ୍ ମୁନୁସ୍ ର ବଡା ବଇଚିତର୍ ଆଏ ,ଦୁଇ ମନ୍ କେ ବାନ୍ଧି ଦେସି ଭଲ୍ ପାଇବାର୍ କହଁର୍ ମହକେଇ ଦେସି । ଏଥିନେ ଧନୀ ଗରିବ ଜାଏତ୍ କିଛି ଜାନି ନାଇଁ ହୁଏ । ଭଲ୍ ପାଇବାର୍ ନେ କେତେ ବେଲେ ହସିଁ ତ୍ ଆର୍ କେତେ ବେଲେ ଦୁଃଖ୍ ସହେବାକେ ପଡସି ।ସତ୍ ଲୋକ୍ ଇ ଦୁନିଆନେ ସୋଚ୍ ସୋଚ୍ ଦୁଖ୍ ପାଏସନ୍ ଲେକିନ୍ ସତ୍ ଏକା ସତ୍ ଆଏ ।ଦିନେକ୍ ଭି ସେଟା ସଭେଁ ଜାନିପାରସନ୍ ।

ରମେଶ ଗାଁ ଗଏଁଲିର୍ ପିଲା । କୁକ୍ରା ଡାକ୍ଲେ ବୁଆ ସନେ ହଲ୍ ନଙ୍ଗଲ୍ ଫାନ୍ଦି ଜମିନେ ଯାଏସି ।ବୁଆର୍ ଜମିନ୍ କାମ୍ ଧାମ୍ ନେ ରମେଶ ସହଯୋଗ୍ କରିଲାଗ୍ସି ।ସବୁ ଦିନ୍ ବୁଆସନେ ବେଲ୍ ଉଦତିକେ ଜେଇକରି ବେଲ୍ ବୁଡାକେ ରମେଶ ଘରକେ ଆସୁଥିଲା ।ରମେଶ ଘରେ ଧନି ନାଇଁ ସେ କି ଗରିବ୍ ନାଇଁ ସେ ।ଧନ୍ ସଂପତି ବଏଲେ ୩ପୁରାର୍ ଜମିନ୍ ,ତିନ୍ ପଟ୍ ଗାଏବୁଛ୍ରା ଆର୍ ୫ପଟ୍ କୁକ୍ରା ।ଗୁଟେ ବଛର୍ ପାଏନ୍ ନେଇ ମାର୍ଲା । ଜମିନ୍ ସୁକି ଖଡ୍ ଖଡା ହେଇଗଲା ।ଧାନ୍ ପଲ୍ଳା ସବୁ ମରିଗଲା,ସେ ବଛର୍ ଇ ଇଲାକାନେ ବଡ୍ ଆକାଲ୍ ହେଲା ।ରମେଶ ଘରେ ପଏସା ପତର୍ ଆଭାବ୍ ହେଲା ହେତିର୍ ଲାଗି ରମେଶର୍ ବୁଆ ଆନ୍ଦ୍ରାକେ ଇଟା ବୁହି ଗଲା । ସରଦାର୍ ନୁ ଅନେକ୍ ସୁକେକ୍ ପଏସା ବଏନା ଆନ୍ଲା ଆର୍ ମେହେଜି ପିଲାକେ ଖର୍ଚ୍ଚାଲାଗି ଦେଲା । ରମେଶର୍ ବୁଆ ମଗଶିର୍ ମାସେ ଆନ୍ଧ୍ରାକେ ଗଲା ହେନ ଗୁଟେ ମହାଜନ୍ ପାସେ ରହିକରି ଇଟ୍ ଭାଟିନେ କାମ୍ କର୍ଲା । ମହାଜନ୍ ଭି ଦିନ୍ ରାଏତ୍ ଖଟାଲା ଖାନା ପିନାର୍ ଠିକ୍ ଠିକନା ନାଇଥାଇ ।ମନେ ସୁଖ୍ ନାଇଁ ହେଲେ ଭି ମଜବୁରିର୍ ଲାଗି କାମ୍ କରବାକେ ପଡୁଥିଲା।ତାର୍ ଦେହେ ଦିନକେ ଦିନ୍ ବିଗଡି ଗଲା ମାତର୍ ମହାଜନ୍ ଛୁଟି ନାଇଁଦେଉଥାଇ ।ଭାଟିନେ ଇଟ୍ ଛଘାଲା ସମିଆନେ ତାର୍ ଗୋଡ୍ ଖସ୍ରିଗଲା ଆର୍ ତାର୍ ଜୀବନ୍ ହିଟି ଗଲା ।

ଆନ୍ଧାନୁ ମହାଜନ୍ ମୁଡଦାର୍ କେ ଗାଁକେ ପଠେଇଦେଲା । ଗାଁ ନେ କେତେ କନ୍ଦନା ।ରମେଶ୍ ଆର୍ ତାର୍ ମାଆର୍ ବୁଦ୍ଦି ନାଇଁ ଦିସୁଥାଏ ।ଘରେ ଟଂକା ପଏସା ବି ନାଇଁନା କାଟ୍ ଘିନିକରି ମୁରଦାର୍ ଜଲାବାକେ ।ପରାପାଟିର୍ ଲୋକ୍ ସଭେଁ କାଟ୍ ପତର୍ ଖଣେକ୍ ଖଣେକ୍ ଦେଲେ ଆର୍ ତାହାର୍ ଦହନ୍ କଲେ ।ଦଶାକାମ୍ କରବାରର୍ ଲାଗି ରମେଶର୍ ମାଆ ତାକର୍ ଜମିନ୍ କେ ବିକିଦେଲା ଆର୍ ଦଶାକରମ୍ କଲା ।ହେନ୍ତା ଦୁଖେ ଦୁଇ ମାଆ ପୋ ଦିନ୍ କାଟ୍ଲେ ।ମାଆ ଲୋକର୍ ଘରକେ ଭୁତିକରି ଜଉଥିଲା ଆର୍ ଘର୍ ଚଲାଉଥିଲା ।ଦିନେକ୍ ରମେଶର୍ ମାଆ ରମେଶକେ ସହର୍ କେ ଯାଇକରି କାମଧନ୍ଦା କରବାକେ କହେଲା ।

ରମେଶ୍ କାମ୍ ଖୁଜବାକେ ସହର୍ କେ ଗଲା ।ଗୁଟେ ଧନୀ ଘରେ କାମ୍ ପାଏଲା ।ଘରର୍ କାମ ବଏଲେ ହାଟ୍ ବଜାର୍ କରବାର୍,ଘରର୍ ସଫାସୁତ୍ରା ସବୁ କାମ କଲା । ଦୁଇ ତିନ୍ ମାସେ ଦିନେକ୍ ଘରକେ ଆସୁଥିଲା ତାର୍ ମାଆକେ ଦେଖି ଆର୍ କମାଲା ପଏସା ତାର୍ ମାଆର୍ ହାତେ ଦେଇକରି ଫେର୍ ସହର୍ କେ ଯାଉଥିଲା । ମହାଜନ୍ ଘରେ ତାର୍ ଗୁଟେ ବଲି ଟୁକେଲ୍ ବବି ,ରମେଶର୍ ବଏସର୍ ଥିଲା ।ବବିର୍ ମାଆ ମରିଗଲାକେ ତାର୍ ବୁଆ ସାନ୍ଲି ମାଏଜ୍ ଟେ ଆନିଥାଏ ।ବବିର୍ ସେବା ଯତନ୍ ଠିକ୍ ସେ ନେଇ କରୁଥାଇ । ସବୁ ବେଲେ ବବି ଉପ୍ରେ ରିସ୍ମି ହେଉଥାଏ । ଖାନା ପିନା ବି ନାଇଁ ଦେଉଥାଏ ।ବୁପ୍ରି କାହାକେ କହେବା ନିଜର୍ ମାଆ ହେଲେ ସିନା ଜାନ୍ତା ଭାବେ ଆର୍ ଦୁଖ୍ ମନା ହୁଏ ।ତାର୍ ବୁଆକେ କହେଲେ ବି କିଛି ଲାଭ୍ ନାଇଁ ନେଇହେଉଥାଇ ।ଖଣେକ୍ ଖଣେକ୍ କଥାନେ ବବି କେ ତାର ମାଏସି ମାଆ ଚାପର୍ ଚାପର୍ ପିଟୁଥାଏ । ସବୁକେ ସହି ଦିଏ ଆର୍ ତାର ମଲା ମାଆର୍ ଫଟୁ ପାସେ ଯାଇକରି କାନ୍ଦେ ।ଏ ସବୁ କଥା ରମେଶ ଜାନି ପାର୍ଲା । ବବିର୍ ସେବା ଯତନ୍ ବି କରେ ଖାନା ପିନା ଦିଏ । ଜର୍ ମୁଡ୍ ହେଲେ ବବିର୍ ପାସେ ଦିନ ରାଏତ୍ ରହିକରି ଓଷୋ ଖନା ପିନା ସବୁ ବୁଝୁଥାଏ ।ବବି ବି ସବୁ ଦୁଖ୍ ସୁଖ୍ ରମେଶ ସାଙ୍ଗେ ବାଁଟେ ।ଦୁଇ ଲୋକ୍ ଭିତରେ ଭଲ୍ ପାଏବାର୍ ଭାବ୍ ଆସିଗଲା । ଛନେକ୍ କେନ୍ କାହାକେ ଦେଖାନାଇଁ ହେଲେ ରହିନାଇଁ ପାରୁଥାଇ ।ଇ ସବୁ କଥା ବବିର୍ ମାଏସି ମାଆ ଜାନି ପାର୍ଲା ଆର୍ ଦୁହି ଲୋକ୍ କେ ଭିନେ କରବାର୍ ଲାଗି ଭିନ୍ ଭିନ୍ ଉପେ କଲା ।

ବବି ନଜରନେ ରମେଶ କେନ୍ତା ଖରାପ୍ ହେବା ହେନ୍ତା ଉପେ ମାନେ ପାଞ୍ଚ୍ଲା ।ଆର୍ ବବି ପାସେ ତାର୍ ମାଏସି ମାଆ ଗଲା ଆଉ କହେଲା ଏ ମୋର୍ ଝୀ ତତେ ଇ ରମେଶ ଭଲ୍ ନାଇଁ ପାଏ ।ଇ ଆମର ଘରର୍ ଧନ୍ ସଂପତି କେ ଦେଖି ଲୁଭେ ହେଲା ଆର୍ ତଖେ ଫସାବାକେ ଉପେ କଲା । ରମେଶ ସେ କବାରତେନ୍ ହେମ ସାଙ୍ଗେ ଫୁସୁର୍ ଫାସୁର୍ ହେସି ତାଖେ ଭଲ୍ ପାଏସି ଇନ୍ତା ସବୁ କଥା ବବିକେ କହେଲା । ରମେଶ ଆର୍ ବବିର୍ ଭଲ୍ ପାଏବାର୍ ଥି ଜହର୍ ମିଶାଇଦେଲା ।ସେ ଦିନୁ ବବିର୍ ମନ୍ ବିଗଡିଗଲା ।ରମେଶ କେ ଅଲପ୍ କଥାନେ ରିସ୍ମି ହେଉଥାଏ ।ହେମ ସାଙ୍ଗେ ଦେଖ୍ଲେ ସହିନି ପାରୁଥାଇ ,ରମେଶ କେ ଗାଏଲ୍ ବି ଦିଏ ।ଦୁହି ଲୋକ୍ ଭିତରେ ଜେନ୍ତା ଝଗଡା ହେବା ସବୁ ବେଲେ ବବିର୍ ମାଏସିମାଆ ଉପେ ନୁରୁଥିଲା ।ବୁପ୍ରା ରମେଶ ସୁକେ ସୁକେ ଦୁଖ୍ ,ଗାଏଲ ସୁନୁଥିଲା ।ଜେତେ କହେଲେ ବି ବବି ରମେଶର୍ କଥାକେ ସୁନୁ ନାଇଁ ଥାଇ ।ଦିନେକ ରମେଶ ରନ୍ଧାଘରେ କାମ କରୁବାର୍ ସମିଆନେ ହେମ ଯେନ୍ତା ଭିତରକେ ଗଲା । ବବିକେ ତାର୍ ମାଏସି ମାଆ ଦେଖାଇଦେଲା ଆର୍ କେତେ ଖରାପ କଥା କହେଲେ ବବି ଦେଖିକରି କାନ୍ଧିପକାଲା ଆର୍ ରମେଶ କେ ଯାଇକରି ପିଟ୍ଲା ।ହେଲେ ରମେଶ ଆର୍ ହେମ ଭିତ୍ରେ କିଛି ହେନ୍ତା ସଂପର୍କ ନାଇ ଥାଇ ।ବବିର୍ ମାଏସି ମାଆର୍ ତାର୍ ଛଲ୍ ନେ ହୁହି ଲୋକ୍ କେ ଅଲଗା କରିଦେଲା ।ବବି କାନ୍ଦିକାନ୍ଦି ତାର୍ ବୁଆକେ କହେଲା ଆର୍ ରମେଶ କେ ଘରୁ ବାହାର୍ କରିଦେଲେ ।ରମେଶ ଯେତେ କହେଲେ ବି କିଏ ତାର୍ କଥାକେ ନାଇଁ ସୁନ୍ଲେ ।ରମେଶର ମୁଡେ କିଛି ନାଇଁ ପସ୍ଲା ହେଲେ ବୁପ୍ରା କାଏଁ କରବା କାମ୍ ଦରକାର୍ ତାଖେ ପାଏସା ଦରକାର୍ ତାଖେ ।କମେଇର୍ କିଛୁ ପଏସା ତାର୍ ମାଆକେ ପଠାବାକେ ପଡବା ଜେନ୍ତାକରି ହେତିର୍ ଲାଗି କାମ୍ ଖୁଜବାକେ ଫେର୍ ବାହାର୍ଲା ।

କବାର୍ ଖୁଜିଖୁଜି ଗୁଟେ ହସପତାଲ୍ ନେ ସଫାସୁତ୍ରା କାମ୍ କରବାର୍ ଲାଗି ଲାଗ୍ଲା । ରମେଶ କେ ଜେନ୍ ନେ ବି କାମ କରିକରି ତାର୍ ମାଆକେ ପଏସା ପଠାବାର୍ ଅଛେ ।ହେନକେ ବବି କହେବାର୍ ବେଲେ ସିନା କହିଦେଲା ରମେଶ କେ ଘରୁ ବାହାର କରିଦେବାକେ ହେଲେ ମନେ ମନେ ସବୁବେଲେ ରମେଶ କେ ନୁରିନୁରି କାନ୍ଧୁଥାଏ ।ରମେଶ ବିନା ସେ ଏକ୍ଲା ହେଇ ଯାଉଥାଏ ।

ଦିନେକ୍ ବବି କଲେଜ୍ ନୁ ଆସୁଥିବାର ସମିଆନେ ସ୍କୁଟିନୁ ହିଟି ପର୍ଲା ।ପାସର୍ ଲୋକ୍ ମାନେ ହସପତାଲକେ ନେଲେ ପଛେ ତାର୍ ମାଏସି ମାଆ ଆର୍ ବୁଆ ଗଲେ ।ଡାକ୍ତର ରକତ୍ ଲାଗବା ବଏଲେ ମାତର୍ ବବିର୍ ସନେ ସମାନ୍ ରକତ୍ କାହାର୍ ନାଇ ମିଲିପାରୁ ଥିଲା । ଡାକ୍ତରଖାନା ଖଟେ ବବି ସୁଇଥିବାର ଟା ରମେଶ ଦେଖିପାର୍ଲା ଆର୍ ତାର୍ ପାସକେ ନରଦି ଗଲା ।ହେଲେ ଦେଖ୍ଲା ବବିର୍ ଛେତା ନାଇଁନା ଡାକ୍ତରକେ କହିକରି ରମେଶ ବବିକେ ରକତ୍ ଦେଲା ,ବବିର୍ ସେବା ଯତନ୍ କଲା ।ବବି ଧିରେଧିରେ ବନେ ହେଇଗଲା ।ରମେଶ ବବିକେ ସବୁ ସତ୍ କଥା କହେଲା ।ବବି ତାର୍ ଭୁଲ୍ ଭାବନାକେ ବୁଝିପାରଲ୍ଲା ଆର୍ ଦୁହିଁ ଜନ୍ ଲୁକିକରି ରମେଶର୍ ଗାଁକେ ପଲାଇ ଆସ୍ଲେ ।ଗାଁର୍ ସମଲେଇ ଗୁଡିନେ ବିହା ବରତନ୍ ହେଲେ । ରମେଶ ଗାଁର୍ ବରଗଛ ପାସେ ଦୁକାନ୍ ଟେ ଦେଲା ଆର୍ ଦୁହିଁ ଜନ୍ ହଁସି ଖୁସିନେ ଦିନ୍ କାଟ୍ଲେ ।

ଡିସମ୍ୱର ମେହେର
ଗଣ୍ତାବାହାଲି,ନୂଆପଡା