ପିଠା ପରେ କାଳିଆ ,ଆଉ ଏବେ ‘ଆମ ଘରେ ଏଲ୍‌ଇଡି ଯୋଜନା’।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପୁଣି ଭେଟି ଦେଲେ ଏକ ନୂଆ ଉପହାର | ପ୍ରଥମେ ‘ପିଠା’ ଯୋଜନା, ପରେ ଚାଶୀଙ୍କ ଲାଗି ‘କାଳିଆ’ ଯୋଜନା ପରେ ଆଜି ରାଜ୍ୟରେ ଆରମ୍ଭ ହୋଇଛି ‘ଆମ ଘରେ ଏଲ୍‌ଇଡି ଯୋଜନା’। ସୁଚନାନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ଘରେ ଏଲ୍‌ଇଡି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏନ୍‌ଏଫ୍‌ଏସ୍‌ଏ, ଏସ୍‌ଏଫ୍‌ଏସ୍‌ଏସ୍ ହିତାଧିକାରୀଙ୍କୁ ମାଗଣାରେ ବଲ୍‌ ମିଳିବ । ଏହାଦ୍ୱାରା ରାଜ୍ୟର ୯୫ଲକ୍ଷ ପରିବାର ଉପକୃତ ହେବେ ବୋଲି ସୂଚନା ମିଳିଛି । ଏହି ଯୋଜନାରେ ପ୍ରତି ପରିବାରକୁ ୯ ୱାଟ୍‌ର ୪ଟି ଏଲ୍‌ଇଡି ବଲବ୍ ବିନାମୂଲ୍ୟରେ ଯୋଗାଇ ଦିଆଯିବ । ଏଥିପାଇଁ ରାଜ୍ୟ ସରକାର ମୋଟ ୩ କୋଟି ୮୦ ଲକ୍ଷ ବଲ୍ବ କିଣିବେ । ଏହି ଯୋଜନାର ଶୁଭାରମ୍ଭ ହେବା ପରେ ଚଳିତ ମାସ ୧୫ରୁ ୨୦ ତାରିଖ ମଧ୍ୟରେ ହେବାକୁ ଥିବା ପିଠା ଶିବିରରେ ଏଲ୍ଇଡି ବଲ୍‌ବ ଯୋଗାଇ ଦିଆଯିବ ବୋଲି ଜଣାପଡିଛି ।