ଖଣ୍ଡଗିରି ଥାନା ଅଂଚଳରେ ପୁଣି ଲୁଟେରାଙ୍କ ଆତଙ୍କ:ଲୁଟ୍ ପରେ ଯୁବକଙ୍କୁ ହାଣି ରାସ୍ତାରେ ଫିଙ୍ଗିଦେଲେ !!

ଭୁବନେଶ୍ୱର:ଖଣ୍ଡଗିରି  ଥାନା  ଅଂଚଳରେ  ପୁଣି  ଲୁଟେରାଙ୍କ ଆତଙ୍କ  ଦେଖିବାକୁ  ମିଳିଛି  ।  ଦୁର୍ବୃତମାନେ  ଜଣେ ଯୁବକଙ୍କୁ  ହାଣି  ଲୁଟି ନେଇ ରାସ୍ତା  କଡରେ  ଫିଙ୍ଗିଦେଇ ପଳାଇଗଲେ ।  ଏଭଳି  ଅଭାବନୀୟ  ଘଟଣା  ଘଟିଛିଖଣ୍ଡଗିରି ଥାନା ଆଇଗିଣିଆ ଛକରେ । ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଏମ୍ସ ହସ୍ପିଟାଲରେ  ଭର୍ତି  କରିଛି  ।  ତାଙ୍କ  ମୁଣ୍ଡରେ  ଶକ୍ତ ଆଘାତ  ଲାଗିବାରୁ  ସେ  କୋମା  ଅବସ୍ଥାରେ  ଅଛନ୍ତି  । ଗୁରୁତର  ଯୁବକଙ୍କ  ପରିଚୟ  ଜଣାପଡିନାହିଁ  ।  ପୁଲିସ ଏକ ମାମଲା ରୁଜୁ କରି ଦୁର୍ବୃତମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି । ସୂଚନାଯୋଗ୍ୟଯେ, ରବିବାର ବିଳମ୍ବିତ  ରାତିରେ  ଖଣ୍ଡଗିରି  ଥାନା  ନିକଟସ୍ଥ ଆଇଗିଣିଆ  କଲ୍ୟାଣୀ  ପ୍ଳାଜା  ସମ୍ମୁଖ  ଜାତୀୟରାଜପଥ  କଡରେ  ରକ୍ତ  ଜୁଡୁବୁଡୁ  ଅବସ୍ଥାରେ  ଜଣେଯୁବକ  ପଡିଥିବା ସ୍ଥାନୀୟ  ଲୋକେ  ଦେଖି ଏମ୍ସ ଫାଣ୍ଡିକୁ ଖବର ଦେଇଥିଲେ । ଏମ୍ସ ଫାଣ୍ଡି ପୁଲିସ ଘଟଣା  ସ୍ଥଳରେ  ପହଂଚି  ରକ୍ତ  ଜୁଡୁବୁଡୁୁ  ଅବସ୍ଥାରେ ପଡିଥିବା  ଯୁବକଙ୍କୁ  ଉଦ୍ଧାର  କରି  ଏମ୍ସ  ହସ୍ପିଟାଲରେ ଚିକିସôା  ପାଇଁ  ଭର୍ତି  କରିଛନ୍ତିି  ।  ହେଲେ  ଯୁବକଙ୍କ  ଅବସ୍ଥା ଶଙ୍କଟାପନ୍ନ ଥିବା  ଜଣାପଡିଛି ।   ଯୁବକଙ୍କ   ପରିଚୟ ଜଣାପଡିନଥିବାରୁ  ଆହତ  ଯୁବକଙ୍କ  ପରିବାର ଅପେକ୍ଷାରେ ରହିଛି ପୁଲିସ । ତାଙ୍କ ପକେଟରୁ ପୁଲିସ ଏକ ବାଇକ ର  ଚାବିକୁ  ଜବତ  କରିଛି ।  ଦୁର୍ବୃତମାନେ  ତାଙ୍କ ଠାରୁଟଙ୍କା ଓ ବାଇକ   ଲୁଟି ନେଇଥିବା ପୁଲିସ ସନ୍ଦେହ କରୁଛି ।