ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅଙ୍କ ଝୁଲନ୍ତା ଶବ ଉଦ୍ଧାର !

ଭୁବନେଶ୍ୱର, : ଭୁବନେଶ୍ୱର କମିଶନରେଟ ପୋଲିସ ର ସ୍ପେଶାଲ ସ୍କ୍ୱାର୍ଡ ର ମୁଖ୍ୟ ଭାବେ କାର୍ଯ୍ୟରତ ଏସିପି ସଞ୍ଜୀବ ଶତପଥୀ ଙ୍କ ନାବାଳକ ପୁଅର ମୃତଦେହ ମିଳିଛି । ଏହି ଘଟଣା କମିଶନରେଟ ପୋଲିସ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅ ଆୟଶୂ ଶତପଥୀ ସପ୍ତମ ଶ୍ରେଣୀ ରେ ଏକ ଘରୋଇ ସ୍କୁଲ ରେ ପଢ଼ୁଥିଲା । ଗତକାଲି ବିଳମ୍ବିତ ରାତିରେ ସରକାରୀ ବାସଭବନରେ ସେ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଅନୁସନ୍ଧାନ ଜାରୀରଖିଛି । ଖବର ପାଇବା ମାତ୍ରେ ଡ୍ୟୁ ଟି ରେ ଥିବା ସଞ୍ଜୀବ ଶତପଥୀ ତୁରନ୍ତ ନିଜ ସରକାରୀ ବାସଭବନ ରେ ପହଞ୍ଚି ଥିଲେ।